ଭୁବନେଶ୍ୱର : ଡିସକାଉଣ୍ଟ ଗାଡି ଦେବା ନାଁରେ ୪୦ କୋଟି ଠକେଇ ମାମଲା । ଗଞ୍ଜାମ ଆସିକାର ଦମ୍ପତିଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ନୟାପଲ୍ଲୀ ଥାନାରେ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା । ଭୁବନେଶ୍ୱରରେ ଉଭୟଙ୍କ ନାଁରେ ଅଛି ୬ଟି ମାମଲା । ୨୦ରୁ ଅଧିକ ଲୋକଙ୍କୁ ଦମ୍ପତି ଠକିଥିବା ଅଭିଯୋଗ । ଠକାମୀର ଶିକାର ବ୍ୟକ୍ତିଙ୍କ ମଧ୍ୟରେ ଏକାଧିକ ପୋଲିସ ଥିବା ସୂଚନା । ମା ଖଣ୍ଡୁଆ ଅଟୋ ମୋବାଇଲ୍ସ ନାଁରେ ଠକେଇ କରିଛନ୍ତି ଦମ୍ପତ୍ତି । ତାଙ୍କ ନାଁରେ ରାଜଧାନୀର ଏକାଧିକ ଥାନାରେ ମାମଲା ରୁଜୁ ହୋଇଛି। ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ଦେବାକୁ କହୁଥିଲେ । ୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳୁଛି । ଆଉ ବିଭିନ୍ନ କାର ସୋ ରୁମ ଏହି କ୍ଲିୟରାନ୍ଲସ ସେଲ ପାଇଁ ମା ପାଟଖଣ୍ଡ ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି ହୋଇଛି । ଏପରିକି ଏହା ସତ୍ୟ ବୋଲି ଦେଖାଇବା ପାଇଁ କିଛି ଲୋକଙ୍କୁ ନୂଆ କାର ମଧ୍ୟ ଯୋଗାଇ ଦେଇଥିଲେ । ଏହାକୁ ଦେଖି ଅନ୍ୟ ମାନେ ସମସ୍ତେ ଅଗ୍ରୀମ ଟଙ୍କା ଜମା ମଧ୍ୟ କରିଦେଲେ । ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ସ୍ବାମୀ ସ୍ତ୍ରୀ ସମେତ ୩ ଜଣ କୁଖ୍ୟାତ ଠକ ଫେରାର ହୋଇ ଯାଇଥିଲେ । ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ତାଙ୍କ ନାରେ ମାମଲା ରୁଜୁ ହୋଇଛି।
୪୦ କୋଟି ଠକେଇ; ଦମ୍ପତି ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











