ଖୋର୍ଦ୍ଧା : ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସପିଙ୍କ ସୂଚନା । ପୋଲିସ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଭୀମରାଜ ମହାନ୍ତି ଏବଂ ସୁରେଶ ମହାନ୍ତି ଦୁଇଭାଇଙ୍କ ସହ ଗତ ୨୮ତାରିଖ ସନ୍ଧ୍ୟାରେ ହିରଣ୍ୟ ବେହେରା ନାମକ ଯୁବକଙ୍କ ବାକି ଟଙ୍କାକୁ ନେଇ ବଚସା ହୋଇଥିଲା। ଏହାକୁ ନେଇ ବଚସାରୁ ଦୁଇଭାଇଙ୍କ କାଠ ଫାଳିଆ ମାଡ଼ରେ ହିରଣ୍ୟର ମୃତ୍ୟୁ ଘଟିଥିଲା। ମୃତଦେହକୁ ଦୁଇ ଭାଇ ସମ୍ପର୍କୀୟଙ୍କ ସହ ମିଶି ଖୋର୍ଦ୍ଧା ବରୁଣେଇ ରାସ୍ତାରେ ଫୋପାଡି ଦେଇଥିଲେ। ଗତ ୨୯ ତାରିଖ ଦିନ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ୩ଟି ଟିମ୍ ଅନୁସନ୍ଧାନ କରି ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି।ହତ୍ୟାକାଣ୍ଡରେ ବ୍ୟବହୃତ ଅଟୋ, ଟାଟା ମ୍ୟାଜିକ, ବାଇକ୍, କାଠ ଫାଳିଆ, ମୋବାଇଲ ଜବତ କରିଛି ପୋଲିସ ।
Views: 10