ଭୁବନେଶ୍ୱର : ୩ ରୁ ୪ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା । ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା । ପରବର୍ତ୍ତୀ ସମୟରେ ତାପମାତ୍ରା ସାମନ୍ୟ ତଳକୁ ଖସିବା ସମ୍ଭାବନା ।
ସେପଟେ ସ୍ୱାଭାବିକ ଠାରୁ ଢେର ଅଧିକ ରହିବ ତାତି । ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ କେନ୍ଦ୍ରର ସୂଚନାରୁ ସ୍ପଷ୍ଟ । ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୫ ରୁ ୮ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଗୋଟେପଟେ ଭୀଷଣ ଗରମ ସାଙ୍ଗକୁ ଗୁଳୁଗୁଳି ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ । ଖରା ତାତି ଯେତିକି କଷ୍ଟ ଦେଉଛି, ତାକୁ ବଳି ଯାଉଛି ପାୱାର୍ କଟ୍ । କିଛି ସ୍ଥାନରେ ଘଣ୍ଟା ଘଣ୍ଟା ଯାଉଛି ଲାଇନ୍ । କେଉଁଠି ରାତିରେ କଟୁଛି ଯେ ସକାଳେ ଯାଇ ଆସୁଛି । ରାତିରେ ଶାନ୍ତିରେ ଟିକେ ଶୋଇ ପାରୁ ନାହାନ୍ତି ଲୋକ । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି । ପାୱାର କଟକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ଉପରେ ରାଗ ସୁଝାଇବା ଆରମ୍ଭ କରି ଦେଲେଣି ଉପଭୋକ୍ତା ।
୪ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଖଣ୍ଡପଡାଗଡର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ଭୁବନେଶ୍ୱରର ଏକ ଘରୋଇ...
ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ଜଣଙ୍କର ଚାଲିଗଲା ଜୀବନ
ପୋଲସରା : ଟ୍ରଲରକୁ ଓଭରଟେକ୍ ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା ଦୁଇ ଜୀବନ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଷୋଳମାଇଲି ଛକ...
ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ
ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...
ମନ୍ଦିର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ , ୧୫ ଜଣ ଗୁରୁତର
ପଞ୍ଜାବ : ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ...