The Ultimate Managed Hosting Platform
ADVERTISEMENT

୩୫ ଡିଗ୍ରୀ ଛୁଇଁଲା ୪ ଜିଲ୍ଲାର ପାରଦ

Facebook
Twitter
LinkedIn

ଭୁବନେଶ୍ୱର: ମାଘ ମାସର ଖରାରେ ହନ୍ତସନ୍ତ ହେଲେଣି ଲୋକେ । ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ରାତି ତାପମାତ୍ରା ମଧ୍ୟ ୨୦ ଡିଗ୍ରୀ ଉପରେ ରହୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ରାତି ତାପମାତ୍ରାରେ ଆହୁରି ୨ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା କିଛି କିଛି ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login