ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ଗଞ୍ଜାମ ଯିବେ ନବୀନ ପଟ୍ଟନାୟକ । ହିଞ୍ଜିଳି, ଆସିକା ଓ କବିସୂର୍ଯ୍ୟନଗର ଗସ୍ତ କରିବେ ନବୀନ । ଗଞ୍ଜାମରେ ଫସଲ କ୍ଷତି ନେଇ ଚାଷୀଙ୍କ ସହ କରିବେ ଆଲୋଚନା । ନବୀନଙ୍କ ଗସ୍ତ ନେଇ ବିଜେଡି ନେତ୍ରୀ ଲତିକା ପ୍ରଧାନଙ୍କ ସୂଚନା ।ଅଦିନିଆ ବର୍ଷାରେ ଅନେକ ଫସଲ ଉଜୁଡି ଯାଇଛି । ଏକର ଏକର ଫସଲ ବର୍ଷାରେ ନଷ୍ଟ ହୋଇଯାଇଛି । ଯାହା ଫଳରେ ଅନେକ ଚାଷୀ ମଧ୍ୟ ଜୀବନ ହାରି ସାରିଲେଣି । ତେଣୁ ଏ ନେଇ ଚାଷୀଙ୍କ ସହ ଆଲୋଚନା କରିବେ ।
Views: 43