The Ultimate Managed Hosting Platform
ADVERTISEMENT

୩୦ ମାଓବାଦୀଙ୍କ ଆତ୍ମସମର୍ପଣ

Facebook
Twitter
LinkedIn

ମାଲକାନଗିରି : ଛତିଶଗଡ ପୋଲିସକୁ ବଡ ଧରଣର ସଫଳତା । ବିଜାପୁରରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ । ଏମାନଙ୍କ ମୁଣ୍ଡ ଉପରେ ଥିଲା ୭୯ ଲକ୍ଷ ଟଙ୍କାର ପୁରସ୍କାର ରାଶି । ୩୦ ଜଣଙ୍କ ମଧ୍ୟରେ ୯ ମହିଳା ଓ ୨୦ କ୍ୟାଡର ମାଓବାଦୀ ରହିଛନ୍ତି । ନକ୍ସଲ ମଧ୍ୟରେ ଜଣେ ଉତ୍ତର ବସ୍ତର ଡିଭିଜନର ଇନଚାର୍ଜ ବା ଡିଭିସିଏମ ଜଣେ,କମ୍ପାନୀ ନମ୍ବର ୨ର ସଦସ୍ୟ ୫ ଜଣ,ପ୍ଲାଟୁନ ସଦସ୍ୟ ୪ ଜଣ,ଏରିଆ କମିଟି ପାର୍ଟି ସଦସ୍ୟ ୫ ଜଣ,ପିଏଲଜିଏ ସଦସ୍ୟ ଜଣେ,ସିଏନଏମ ସଦସ୍ୟ ୨ ଜଣ,ଜନତାନା ସରକାର ଉପାଧ୍ୟକ୍ଷ ଜଣେ, ଜନତାନା ସରକାର ସଦସ୍ୟ ୫ ଜଣ,ମିଲିସିଆ ସଦସ୍ୟ ୨ ଜଣ, ଡିଏକେଏମଏସ ସଦସ୍ୟ ୨ ଜଣ। ସେହିପରି ସରକାରଙ୍କ ତରଫରୁ ଲଗାତାର ଅପରେସନ ଚାଲିଥିବା ଏବଂ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ନକ୍ସଲ କହିଛନ୍ତି। ପୁଣି ସଂଗଠନରେ ଚାଲିଥିବା ଭେଦଭାବ ଯୋଗୁଁ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବେ ବୋଲି ଚିନ୍ତା କରିଥିବା କହନ୍ତି। ଆଜି ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login