ନୟାଗଡ : ୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଘଟିଛି । ଟ୍ରକ ଭିତରେ ଚାପି ହୋଇ ଚାଳକ ମୃତ । ମୃତ ଚାଳକଙ୍କ ନାଁ ବୋନେଷନ୍ ଖାଁ ବୋଲି ଜଣାଯାଇଛି । ତାଙ୍କ ଘର ଝାଡ଼ଖଣ୍ଡ କୋଡରମା ଜିଲ୍ଲାର ଜିଲୋଡ଼ି ଗାଁରେ ବୋଲି ଜଣା ପଡ଼ିଛି । ବିଶାଖାପାଟଣାରୁ ସୁନ୍ଦରଗଡ଼ ସିମେଣ୍ଟ ନେଇ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଟ୍ରକଟି ବିଶାଖାପାଟଣାରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା । ମାତ୍ର ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଥିବା ଏକ କଲଭର୍ଟ ଅତିକ୍ରମ କରୁଥିବା ବେଳେ ଟ୍ରକ୍ଟି ୩୦ଫୁଟ୍ ତଳକୁ ଖସି ପଡିଥିଲା । ଚାଳକ ଜଣଙ୍କ ଦୀର୍ଘ ସମୟ ଧରି ଚାପି ହୋଇ ରହିବା ଯୋଗୁ ଘଟଣସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।
Views: 35