ପିପିଲି : ଚିକେନ୍ ଗୋଟାକୁ ୩୦ ଟଙ୍କା । ଯେତେ ଇଚ୍ଛା କିଣି ନିଅ । ଆପଣଙ୍କୁ ଆଶ୍ଚ ର୍ଯ୍ୟ ଲାଗୁଥିଲେ ବି ସତ । ରାଜରାସ୍ତାରେ ବିକ୍ରି ହେଉଛି କୁକୁଡା । ଗୋଟେ କକୁଡାକୁ ୩୦ ଟଙ୍କା । ପୁରୀ ପିପିଲିରେ କୁକୁଡ଼ା ମଡ଼କ। ଅଜଣା ରୋଗରେ ପଡି ହଜାର ହଜାର କୁକୁଡାଙ୍କ ମୃତ୍ୟୁ। ଭୁବନେଶ୍ୱର-ପୁରୀ ରାସ୍ତାରେ କୁଢ କୁଢ ମଲା କୁକୁଡା ପଡିଥିବା ଦେଖିବାକୁ ମିଳିଛି। କୁକୁଡା ମଡ଼କ ପ୍ରଭାବରେ ପୁରୀ ପିପିଲି ସମେତ ବିଭିନ୍ନ ଅଞ୍ଚଳରେ ଚିକେନ୍ ଗୋଟାକୁ ୩୦ ଟଙ୍କା ଦରରେ ବିକ୍ରି କରିଦିଆଯାଉଛି।ଅଜଣା ରୋଗରେ ପଡି କୁକୁଡାଙ୍କ ମୃତ୍ୟୁ ହେଉଥିବା ବେଳେ ଚାଷୀମାନେ ମଲା କୁକୁଡାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଉଛନ୍ତି। ପୁରୀର ପିପିଲି ,ଡେଲାଙ୍ଗ ,କଣାସ , ସତ୍ୟବାଦୀ ଓ ବଳଙ୍ଗା ଅଞ୍ଚଳରେ କୁକୁଡା ମଡ଼କର ପ୍ରଭାବ ପଡିଛି। ଜାତୀୟ ରାଜପଥ କଡ଼ରେ ତେଇସଁପୁର ଠାରୁ ମଙ୍ଗଳ ପୁର ପର୍ୟ୍ୟନ୍ତ ରାସ୍ତାକଡ଼ରେ ମଲା କୁକୁଡା ଫିଙ୍ଗିଦିଆଯାଉଥିବା ଦେଖିବାକୁ ମିଳିଛି।ପୁରୀ ଜିଲ୍ଲାରେ ମୋଟ ୧୩୦୦ ଜଣ କୁକୁଡା ଚାଷୀ ରହିଥିବା ବେଳେ ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ୪୯୩ ଜଣ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତରେ ୨୦୫ଜଣ କୁକୁଡା ଚାଷୀ ରହିଛନ୍ତି। ସେପଟେ ମଲା କୁକୁଡ଼ାର ନମୁନା ଭୁବନେଶ୍ୱର ଲାବ୍ରୋଟୋରିକୁ ପଠାଯାଇଛି। ୪ଦିନ ଭିତରେ ରିର୍ପୋଟ ଆସିଲା ପରେ ରୋଗର କାରଣ ଜଣାପଡିବ। ଏହା ପରେ ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ପିପିଲି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ପ୍ରକୃତ କୁକୁଡା ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।
୩୦ ଟଙ୍କାରେ ବିକ୍ରି ହେଉଛି ଗୋଟା କୁକୁଡା, ପୁରୀ ପିପିଲିରେ କୁକୁଡା ମଡକ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







