ପିପିଲି : ଚିକେନ୍ ଗୋଟାକୁ ୩୦ ଟଙ୍କା । ଯେତେ ଇଚ୍ଛା କିଣି ନିଅ । ଆପଣଙ୍କୁ ଆଶ୍ଚ ର୍ଯ୍ୟ ଲାଗୁଥିଲେ ବି ସତ । ରାଜରାସ୍ତାରେ ବିକ୍ରି ହେଉଛି କୁକୁଡା । ଗୋଟେ କକୁଡାକୁ ୩୦ ଟଙ୍କା । ପୁରୀ ପିପିଲିରେ କୁକୁଡ଼ା ମଡ଼କ। ଅଜଣା ରୋଗରେ ପଡି ହଜାର ହଜାର କୁକୁଡାଙ୍କ ମୃତ୍ୟୁ। ଭୁବନେଶ୍ୱର-ପୁରୀ ରାସ୍ତାରେ କୁଢ କୁଢ ମଲା କୁକୁଡା ପଡିଥିବା ଦେଖିବାକୁ ମିଳିଛି। କୁକୁଡା ମଡ଼କ ପ୍ରଭାବରେ ପୁରୀ ପିପିଲି ସମେତ ବିଭିନ୍ନ ଅଞ୍ଚଳରେ ଚିକେନ୍ ଗୋଟାକୁ ୩୦ ଟଙ୍କା ଦରରେ ବିକ୍ରି କରିଦିଆଯାଉଛି।ଅଜଣା ରୋଗରେ ପଡି କୁକୁଡାଙ୍କ ମୃତ୍ୟୁ ହେଉଥିବା ବେଳେ ଚାଷୀମାନେ ମଲା କୁକୁଡାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଉଛନ୍ତି। ପୁରୀର ପିପିଲି ,ଡେଲାଙ୍ଗ ,କଣାସ , ସତ୍ୟବାଦୀ ଓ ବଳଙ୍ଗା ଅଞ୍ଚଳରେ କୁକୁଡା ମଡ଼କର ପ୍ରଭାବ ପଡିଛି। ଜାତୀୟ ରାଜପଥ କଡ଼ରେ ତେଇସଁପୁର ଠାରୁ ମଙ୍ଗଳ ପୁର ପର୍ୟ୍ୟନ୍ତ ରାସ୍ତାକଡ଼ରେ ମଲା କୁକୁଡା ଫିଙ୍ଗିଦିଆଯାଉଥିବା ଦେଖିବାକୁ ମିଳିଛି।ପୁରୀ ଜିଲ୍ଲାରେ ମୋଟ ୧୩୦୦ ଜଣ କୁକୁଡା ଚାଷୀ ରହିଥିବା ବେଳେ ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ୪୯୩ ଜଣ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତରେ ୨୦୫ଜଣ କୁକୁଡା ଚାଷୀ ରହିଛନ୍ତି। ସେପଟେ ମଲା କୁକୁଡ଼ାର ନମୁନା ଭୁବନେଶ୍ୱର ଲାବ୍ରୋଟୋରିକୁ ପଠାଯାଇଛି। ୪ଦିନ ଭିତରେ ରିର୍ପୋଟ ଆସିଲା ପରେ ରୋଗର କାରଣ ଜଣାପଡିବ। ଏହା ପରେ ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ପିପିଲି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ପ୍ରକୃତ କୁକୁଡା ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।
୩୦ ଟଙ୍କାରେ ବିକ୍ରି ହେଉଛି ଗୋଟା କୁକୁଡା, ପୁରୀ ପିପିଲିରେ କୁକୁଡା ମଡକ

Facebook
Twitter
LinkedIn
Facebook
Twitter
LinkedIn
Recent News
ସେୟାର ବଜାରରେ ଯୁଦ୍ଧ ଝଡ, ଖସିଲା ସେନସେକ୍ସ-ନିଫ୍ଟ
ନୂଆଦିଲ୍ଲୀ : ସେୟାର ବଜାର ଉପରେ ଇରାନ-ଇସ୍ରାଏଲ ଯୁଦ୍ଧ ପ୍ରଭାବ । କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟ । ସେନସେକ୍ସ ୫୦୦ ପଏଣ୍ଟ ଓ...
ବସ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଭଦ୍ରକ : ଭଦ୍ରକରେ ଘରୋଇ ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ନୂଆ ବସ ଷ୍ଟାଣ୍ଡ ନିକଟରେ ଭାରସାମା ହରାଇ ଦୁର୍ଘଟଣାଗ୍ରସ୍ତ । ଏନଏଚ-୧୬ରେ...
ପରୀକ୍ଷା ଫି ଛାଡ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର ।ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼...
ଆଜି ଆସିକା ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ଷ ପୂର୍ତ୍ତି ଓ ଯୁବ ସମାବେଶ କାର୍ଯ୍ୟକ୍ରମରେ ସାମିଲ ହେବେ । ଯୁବ...