ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ବଢିବ । ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା । ୯ ତାରିଖରୁ ପଶ୍ଚିମା ଝଡ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା । ପ୍ରଭାବନା ଥଣ୍ଡା ବାୟୁର ପ୍ରଭାବ କମିବା ସହ ତାପମାତ୍ରା ବୃଦ୍ଧି ଘଟିବା ସମ୍ଭାବନା ରହିଛି । ଗତକାଲି ରାତିରେ ଅଧିକାଂଶ ସହରର ସର୍ବନିମ୍ନ ତପମାତ୍ରା ୧୫ ଡିଗ୍ରି ତଳକୁ ଖସିବା ସହ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଥିଲା । ଆଜି ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ପରବର୍ତ୍ତୀ ୪ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
Views: 19