କଳାହାଣ୍ଡି: ଏସଟିଏଫ କବ୍ଜାରେ ବାଘଛାଲ ବେପାରୀ । ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ । ଜଣେ ବେପାରୀକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ ସାଧା ପୋଷାକରେ ଚଢାଉ କରିଥିଲା ଏସଟିଏଫ । ବାଘ ଓ ହରିଣ ଛାଲ ଜବତ କରିବା ସହ ବେପାରୀ ଖଗେଶ୍ୱର ପୁଟେକୁ ମାଡିବସିଥିଲା । ଖଗେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Views: 112











