ଭୁବନେଶ୍ୱର : ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି । ରାଜସ୍ଥାନ , ମଧ୍ୟପ୍ରଦେଶ ଓ ଛତିଶଗଡ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି । ରାଜସ୍ଥାନ ପାଇଁ ରାଜନାଥସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେ । ମଧ୍ୟପ୍ରଦେଶ ପାଇଁ ମନୋହର ଲାଲ ଖଟ୍ଟର ,କେ ଲକ୍ଷ୍ମଣ ଓ ଆଶା ଲାକ୍ରା । ଛତିଶଗଡ ପାଇଁ ଅର୍ଜୁନ ମୁଣ୍ଡା, ଦ୍ରୁଷ୍ୟନ୍ତ ଗୈାତମ ଓ ସର୍ବାନନ୍ଦ ସୋନୱାଲ ନିଯୁକ୍ତି । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି । ୩ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ୟ୍ୟବେକ୍ଷକ ମାନେ ବିଜେପିର ବିଧାୟକଙ୍କ ସହ ଆଲୋଚନା କରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ ଦେବେ । ଯାହା ଆଧାରରେ ଦଳ ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ । ଆସନ୍ତା ରବିବାର ସୁଦ୍ଧା ବିଜେପି ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ।୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳ ବିଜୟ ହାସଲ କରିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେପରି ଦଳ ଭିତରେ କୌଣସି ଫାଟ ସୃଷ୍ଟି ନହୁଏ ସେଥିପାଇଁ ତରବରିଆ ଭାବେ ବିଜେପିର ଶୀର୍ଷ ନେତୃତ୍ୱ ଏନେଇ ନିଷ୍ପତ୍ତି ନେଉନାହାନ୍ତି । ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ସମେତ ଦିୟା କୁମାରୀ, ବାବା ବାଳକନାଥ, ଅଶ୍ୱିନୀ ବୈଷ୍ଣବ, ଗଜେନ୍ଦ୍ର ସିଂ ଶେଖାୱତଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ବେଳେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନ, ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ପଟେଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ସେହିଭଳି ଛତିଶଗଡରେ ରମଣ ସିଂ, ରେଣୁକା ସିଂ, ଓପି ଚୌଧୁରୀଙ୍କ ନାଁ ଏବେ ମୁଖ୍ୟମନ୍ତ୍ରୀ ରେସରେ ସର୍ବାଗ୍ରେ ରହିଛି । ତେଣୁ ବିଧାୟକଙ୍କ ସହ ପର୍ୟ୍ୟବେକ୍ଷକଙ୍କର ଆଲୋଚନା ପରେ ଦଳର ଶୀର୍ଷ ନେତୃତ୍ୱ କାହା ନାଁରେ ମୋହର ମାରିବା ତାହା ଉପରେ ସମସ୍ତଙ୍କର ନଜର ରହିଛି ।
୩ ରାଜ୍ୟ ପାଇଁ ବିଜେପି ପର୍ଯ୍ୟବେକ୍ଷକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











