ଭୁବନେଶ୍ୱର : ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ ଇ-କେୱାଇସି କରିନାହାନ୍ତି । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଇ-କେୱାଇସି କରି ନ ଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି । ଯଦି ଚାଉଳ ଯାଉନି ସେମାନେ ଇ-କେୱାଇସି କଲେ ସରକାର ଚାଉଳ ଦେବେ । ଇ-କେୱାଇସି କରି ନ ଥିବା ଲୋକଙ୍କ ପାଇଁ ସରକାର ୩ ମାସ ଅପେକ୍ଷା କରିବେ । କାର୍ଡ ଗୁଡିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ । ୩ ମାସରେ ଇ-କେୱ୍ୱାଇସି ନ କଲେ କାଟିଦେବେ ସରକାର । ନେଟୱର୍କ ନ ଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛ ିା ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ।
Views: 79











