ଭୁବନେଶ୍ୱର : ୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଲୁଟେରା । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର । ଲୁଟ ହୋଇଛି ୧୨୫କୋଟି , ଫେରସ୍ତ ହୋଇଛି ମାତ୍ର ୨ କୋଟି ୫୨ ଲକ୍ଷ । ରୁଜୁ ହୋଇଛି ୬୩୬୮ଟି ମାମଲା , ଗିରଫ ହୋଇଛନ୍ତି ୧୩୮୮ ଜଣ । ରାଜ୍ୟରେ ଏହି ଘଟଣା ବାରମ୍ବାର ଘଟୁଥିବାବେଳେ ଏ ଘଟଣାରେ ସରକାର ଶକ୍ତ ପଦକ୍ଷେପ ନେଉଛନ୍ତି । ଆଗକୁ ମଧ୍ୟ ଏପରି ଘଟଣାକୁ କିପରି ରୋକିହେବ, ଏବଂ ଲେକାଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Views: 46