ନୂଆଦିଲ୍ଲୀ : ପାକିସ୍ତାନ ମାନିଲା ସତ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି ଦେଶ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍ବୀକାର କରିଛନ୍ତି, ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସମର୍ଥନ ଏବଂ ଫଣ୍ଡିଂ ଦେଇ ଆସୁଛି । ଏକ ଇଣ୍ଟରଭ୍ୟୁ ସମୟରେ କଥାବାର୍ତ୍ତା ବେଳେ ସ୍ବୀକାର କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ । ଆତଙ୍କବାଦୀଙ୍କୁ ସମର୍ଥନ ପାକିସ୍ତାନର ଲମ୍ବା ଇତିହାସ । ତେବେ ଗତ ୩ ଦଶନ୍ଧି ଧରି ପାକିସ୍ତାନ ଏହି ଘୃଣ୍ୟ କାର୍ୟ୍ୟ ଆମେରିକା ପାଇଁ କରୁଥିବା ଆସିଫ କହିଛନ୍ତି । ଏଥିରେ ବ୍ରିଟେନ ସମେତ ପାଶ୍ଚାତ୍ୟ ଦେଶ ସାମିଲ ଅଛନ୍ତି । ଆମର ଭୁଲ, ଆମର କ୍ଷତି ହୋଇଛି । ୩୦ ବର୍ଷ ହେଲାଣି ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରୁଛି । ପାକିସ୍ତାନର ରକ୍ଷା ମନ୍ତ୍ରୀଙ୍କ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କ ବିବାଦୀୟ ବୟାନ। ପହଲଗାମ୍ ହମଲାର ଆତଙ୍କବାଦୀଙ୍କୁ ସ୍ଵାଧୀନତା ସଂଗ୍ରାମୀ କହିଛନ୍ତି । ଇସଲାମାବାଦରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏଭଳି କହିଛନ୍ତି ।
୩ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିଲା ପାକିସ୍ତାନ , ପାକ ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











