ଭୁବନେଶ୍ୱର : ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ୧୬ ବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ୧୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ୧୫ ତାରିଖରେ ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା । ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡାରେ ବର୍ଷା ସମ୍ଭାବନା । ୧୬ ତାରିଖରେ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଜଗତସିଂହପୁର , କେନ୍ଦ୍ରାପଡା ଓ ଭଦ୍ରକରେ ଅତିପ୍ରବଳ ବର୍ଷା ସମ୍ଭାବନା । ୧୭ ତାରିଖରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ସମୁଦ୍ର ଅଶାନ୍ତ ଯୋଗୁ କାଲିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ।
Views: 86