ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ସନ୍ଧ୍ୟା ୬ରୁ ରାତି ୯ଟା , ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି । ଆଜି ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଶ୍ରୀ ବିଗ୍ରହଙ୍କର ବନକ ଲାଗି ନୀତି କରାଯିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ନୀତିକାନ୍ତି। ଧାର୍ୟ୍ୟ ସମୟ ଅନୁସାରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ପାର୍ଶ୍ବ ଦେବାଦେବୀଙ୍କ ପୂଜା କରିପାରିବେ ଶ୍ରଦ୍ଧାଳୁ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Views: 101











