ଭୁବନେଶ୍ୱର : ରାଜରାସ୍ତାରେ ଏକ୍ସ କ୍ୟାଡର ଶିକ୍ଷକ । ୨୮ ଦିନ ହେବ ଦେଉଛନ୍ତି ଧାରଣା । ବାରମ୍ବାର ସରକାରଙ୍କ ପକ୍ଷରୁ ମିଳୁଛି ପ୍ରତିଶ୍ରୁତି । କିନ୍ତୁ ପୂରଣ ହେଉନି ଦାବି । ସରକାର ତୁମେ ଆମର ଦାବି ମାନି ନିଅ । ଏଭଳି ସ୍ଲୋଗାନ ନେଇ ରାଜରାସ୍ତାରେ ୨୮ ଦିନ ହେବ ଧାରଣାରେ ବସିଛନ୍ତି ଜିଲ୍ଲା ପ୍ରାଥମିକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଦେବଗଡ । ଖାଲି ମିଳୁଛି ସିନା ପ୍ରତିଶ୍ରୁତି , କିନ୍ତୁ ପୂରଣ କରନାହାନ୍ତି ସରକାର । ୫ ଦଫା ଦାବି ନେଇ ଲୋୟର ପିଏମଜିରେ ବସିରହିଛନ୍ତି । ଗଣଶିକ୍ଷକଙ୍କୁ ନିୟମିତ କରିବା , ଟ୍ରେଜେରୀ ଜରିଆରେ ଦରମା ଦେବା ଭଳି ୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସରକାର ଏହା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବା ପାଇଁ ଏକ୍ସ କ୍ୟାଡର ଶିକ୍ଷକ ସଂଘ ଦାବି କରିଛନ୍ତି । ଯଦି ପୂରଣ ନ ହୁଏ ତେବେ ୨୮ ଦିନ କଣ ୨୮ ବର୍ଷ ଧାରଣା ଦେବା ପାଇଁ ଚେତାବନୀ ଦେଇଛି ସଂଘ ।
Views: 103











