ଭୁବନେଶ୍ୱର : ପୁଣି ଅକ୍ଟୋବରରେ ଡରାଇଲାଣି ବାତ୍ୟା । ୨୭ରେ ବାତ୍ୟା ସମ୍ଭାବନା ନେଇ ପାଣିପାଗ ବିଭାଗର ଆକଳନ। ୨୭ ତାରିଖ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । କାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଡିପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ। ବାତ୍ୟା ସୃଷ୍ଟିହେବା ପରେ ଏହାର ନାଁ ରହିବ ମୋନ୍ଥା । ବାତ୍ୟାର ନାମକରଣ କରିଛି ଥାଇଲାଣ୍ଡ । ଥାଇ ଭାଷାରେ ଏହାର ଅର୍ଥ ସୁଗନ୍ଧିତ ଫୁଲ କିମ୍ବା ସୁନ୍ଦରଫୁଲ । ଏହି ନାମ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ ବିଶେଷ । ତେବେ ବାତ୍ୟାର ଗତିପଥ କିପରି ରହିବ, କେଉଁ ଠାରେ ସ୍ଥଳ ଭାଗ ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଷ୍ଟର୍ମ , ବାତ୍ୟାର ନାଁ ‘ମନ୍ଥା’
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











