The Ultimate Managed Hosting Platform
ADVERTISEMENT

୨୬୦୩ ଗାଁରେ ନାହିଁ ମୋବାଇଲ ସେବା :ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ଅଦ୍ୟାବଧି ମୋଟ ୫୧,୧୭୬ ଗାଁରୁ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଏବେ ଯାଏଁ କେଉଁ କେଉଁ ବ୍ଲକର କେଉଁ ପଞ୍ଚାୟତରେ ମୋବାଇଲ ଓ ଟେଲିଫୋନ୍ ସେବା ଅପହଞ୍ଚ ଅଛି? ଏହାସହ ସେହି ଅଞ୍ଚଳରେ ମୋବାଇଲ ଟେଲିଫୋନ୍ ସେବା ଯୋଗାଇବା ପାଇଁ ସରକାରଙ୍କ ଯୋଜନା କଣ? ଏହାର ଉତ୍ତର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଏପର୍ୟ୍ୟନ୍ତ ୫୧ ହଜାର ୧୭୬ ଟି ଗାଁ ଭିତରୁ ୨୬୦୩ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ । ଗୃହରେ ଉତ୍ତର ଦେଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ୪୨୧୦ଟି ମୋବାଇଲ ଟାୱାର ସ୍ଥାପନ ପ୍ରସ୍ତାବ ଅଛି । ୧୫୭୨ଟି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି । ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାୱାର କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login