The Ultimate Managed Hosting Platform
ADVERTISEMENT

୨୫ତମ ପୁସ୍ତକ ମେଳା ଉଦଯାପିତ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ୱାରା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପଡ଼ିଆରେ ପୁସ୍ତକମେଳା ଉଦଯାପନି ଉତ୍ସବ ଗତକାଲି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ,ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଓ ପାରାଦୀପ ପୌରପରିସଦର ପୋୖରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗଦେଇଥିଲେ । ଅତିଥିମାନେ ଏହି ଉଦଜାପନି ଉତ୍ସବରେ ଯୋଗଦେଇ ବର୍ତ୍ତମାନର ସମାଜ ପାଇଁ ପୁସ୍ତକ ପଠନର ଉପାଦେୟତା ସମ୍ପର୍କରେ ନିଜ ନିଜର ଅଭିଭାଷଣରେ ମନ୍ତବ୍ୟ ରଖିଥିଲେ । ଏବଂ ସାହିତ୍ୟର ଉନ୍ନତି ହେଲେ ଏକ ପ୍ରଗତିଶୀଳ ସମାଜ ଗଠନ ହୋଇପାରିବ ବୋଲି କହିବା ସହିତ ଜଗତସିଂହପୁର ଜିଲ୍ଲାରେ ଏଭଳି ପୁସ୍ତକମେଳା ଆୟୋଜନ ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣେଇଥିଲେ । ଶେଷରେ ମଞ୍ଚରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login