ଭୁବନେଶ୍ୱର : ୨୪ ତାରିଖରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଆଶଙ୍କା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ଆସନ୍ତା ଦୁଇ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
୨୪ରେ ଆଉ ଏକ ଲଘୁଚାପ କ୍ଷେତ୍ର !

Facebook
Twitter
LinkedIn
Facebook
Twitter
LinkedIn
Recent News
ଏସସିବିରୁ ସୁସ୍ଥ ହୋଇ ଘରକୁ ଫେରିଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ
କଟକ : ଡିସଚାର୍ଜ ହେଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ । ଜୁଲାଇ ୧୨ ତାରିଖରେ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହୂତି ଦେବା ବେଳେ ଉଦ୍ଧାର...
ବନ୍ୟା : ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ ମିଳିବ ସହାୟତା
ଭୁବନେଶ୍ୱର : କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।...
ଦଲାଲି ରୋକିବାକୁ e-KYC ବ୍ୟବସ୍ଥା : ମନ୍ତ୍ରୀ
ଭୁବନେଶ୍ୱର : ଚାଷୀ ପଞ୍ଜୀକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦଲାଲ ମାନଙ୍କୁ ରୋକିବା ପାଇଁ ସରକାର ଇ-କେୱାଇସି ବ୍ୟବସ୍ଥା କରିଛନ୍ତି । ସେଲ୍ଫ...
ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ
ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ । ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଅଧ୍ୟକ୍ଷ ଗଙ୍ଗାଧର...