ଭୁବନେଶ୍ୱର ; ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ବଣ୍ଟନ କାର୍ଯ୍ୟକ୍ରମ । ୫ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ । ସୂଚନା ଦେଲେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟପଟେ ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସର ମାନଙ୍କୁ ପରିଦର୍ଶନ କରିବାକୁ ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି କିଏ ନାହାନ୍ତି ତାହା ମଧ୍ୟ ତଦାରଖ ପରେ ସେହି ରାସନ କାର୍ଡ କଟାଯିବ ।
Views: 65