ନୂଆଦିଲ୍ଲୀ : ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ବାରମ୍ବାର ଅନୁଭୂତ ହେଉଛି । ଏହା ମଧ୍ୟରେ ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଲଗାତାର ଥରିଲା ଆଇସଲ୍ୟାଣ୍ଡ । ଭୂମିକମ୍ପ ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି । ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ପରେ ଆଇସଲ୍ୟାଣ୍ଡ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ଆଇସଲ୍ୟାଣ୍ଡ୍ ପାଣିପାଗ ବିଭାଗ ମୁତାବକ, ରେକଜାନେସ୍ ଦ୍ୱୀପରେ ଗତ ୨୪ ଘଣ୍ଟାରେ ୧୪୦୦ ଭୂକମ୍ପ ଝଟକା ଅନୁଭୂତ ହୋଇଛି । କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ।
ତେବେ ଏଠାରେ ଆଗ୍ନେୟଗିରି ଉଦଗୀରଣର ମଧ୍ୟ ଆଶଙ୍କା ରହିଛି ବୋଲି ଭୂତତ୍ତ୍ବବିତ୍ କହିଛନ୍ତି । ଆଇସଲାଣ୍ଡରେ ୩୩ଟି ଆଗ୍ନେୟଗିରି ରହିଛି । ଗତ ତିନି ବର୍ଷ ହେବ ଏଥିରୁ ଅଗ୍ନି ଉଦଗୀରଣ ହେବାର ନଜିର ରହିଛି । ତେଣୁ ୧୬ ନଭେମ୍ବର ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।
Views: 96











