ଭୁବନେଶ୍ୱର : ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ୍ । ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬.୩୨ କୋଟି ବକେୟା ରହିଛି । ୧୦ ବର୍ଷରେ ୧୪ ଶିଳ୍ପ ସଂସ୍ଥାକୁ ୪୦୯୭.୭୬ କୋଟି ବକେୟା ଛାଡ ହୋଇଛି । ଏସବୁ ସଂସ୍ଥା ମଧ୍ୟରେ ଅଛନ୍ତି, ଜିନ୍ଦଲ, ବେଦାନ୍ତ ପରି ଶିଳ୍ପ ସଂସ୍ଥା। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁର ର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି, ଜିନ୍ଦଲ ଷ୍ଟିଲକୁ ମଧ୍ୟ ୧୦୩ କୋଟି ଛାଡ଼ କରାଯାଇଛି, ଜେକେ ପେପର ମିଲକୁ ମଧ୍ୟ ୨୬ କୋଟି ର ବକେୟା ବିଲ ଛାଡ଼ କରାଯାଇଛି ବୋଲି ଗୃହରେ ଲିଖତ ଉତ୍ତର ରଖିଛନ୍ତି କେଭି ସିଂଦେଓ। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।
୨୩ ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବିଜୁଳି ବିଲ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











