The Ultimate Managed Hosting Platform
ADVERTISEMENT

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି

Facebook
Twitter
LinkedIn

କଟକ : ୨୦୨୪ ସାଧାରଣ ନିର୍ବାଚନରେ ପୁନର୍ବାର କ୍ଷମତା ହାତେଇବା ପାଇଁ ବିଜେଡ଼ି ଦଳ ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଗଲାଣି । ବାରବାଟି କଟକ ନିର୍ବାଚନ ମଣ୍ଡଳୀ ପରେ ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ କାର୍ୟ୍ୟକାରିଣୀ ବୈଠକ , କଟକ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ସାଂସଦ ଭର୍ତ୍ତୁହରି ମହତାବ,କଟକ ଜିଲ୍ଲା ବିଜେଡି ସଭାପତି ଦେବାଷିଶ ସାମନ୍ତରାୟ, କଟକ ମେୟର ସୁବାଷ ସିଂ, ଚୌଦ୍ୱାର କଟକ ବିଧାୟକ ଶୌଭିକ ବିଶ୍ବାଳ, ,କଟକ ସଦର ଵିଧାୟକ ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ଅନେକ ଦଳୀୟ କର୍ମୀ , କର୍ପୋରେଟର ମାନେ ଯୋଗଦାନ କରିଥିଲେ ।କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ବାଳ । ଆଗାମୀ ଦିନରେ ସମସ୍ତେ ଏକ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ସହ, ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଏହି କାର୍ୟ୍ୟକ୍ରମ ରେ ଗୁରୁତ୍ୱାରୋପ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login