
୨ଦିନ ମଧ୍ୟରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରଠୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଗୁଡ଼ିକରେ ପ୍ରାୟ ୬ ହଜାର ଯାତ୍ରୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା। ଏଥିରୁ ୩୯ ଜଣ ବିଦେଶରୁ ଆସିଥିବା ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଭଳି ସ୍ଥିତି ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଆଜି ଦିଲ୍ଲୀ ଏୟାରପୋର୍ଟକୁ ଅନୁଧ୍ୟାନ ପାଇଁ ଯିବେ। ସେଠାରେ କିଭଳି ସ୍କ୍ରିନିଂକୁ ଆହୁରି ବଢ଼ାଯିବ, ସେନେଇ ଅନୁଧ୍ୟାନ କରିବେ।

ତେଣୁ ଆଶା କରାଯାଉଛି, କେନ୍ଦ୍ର ସରକାର ଆସନ୍ତା ସପ୍ତାହରୁ ବିଶେଷ କରି ଚୀନ ଏବଂ କୋଭିଡ୍ ପ୍ରଭାବିତ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍କ୍ରିନିଂକୁ ଜୋରଦାର କରିପାରନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଦେଶରୁ ଫେରିଥିବା ୬ ହଜାର ବିମାନ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହିସବୁ ଦେଶରୁ ଯେଉଁ ଯାତ୍ରୀ ଭାରତ ଆସିବେ, ଯଦି ସେମାନଙ୍କ ପାଖରେ କରୋନାର ଲକ୍ଷଣ ଥାଏ ବା କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତେବେ ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରଖାଯିବ। ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରିବେ। ଏୟାର ସୁବିଧା ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ।