ଖଡିଆଳ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏସିଡ ମାଡ । ଖଡିଆଳ ଥାନା ଦୁଆଝର ଗାଁରେ ୨ ଗୋଷ୍ଠୀ । ଏସିଡ ମାଡରେ ୫ ଜଣ ଆହତ ସେଥିରୁ ଜଣେ ଗୁରୁତର । ସମସ୍ତଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଆହତ ମାନେ ହେଲେ ମନିଜର ସରାଫ ଓ ତାଙ୍କ ଦୁଇ ପୁଅ ବିଜୟ ଓ ଧନଞ୍ଜୟ । ସେହିପରି ଅନ୍ୟ ଏକ ଗୋଷ୍ଠୀର ଘନଶ୍ୟାମ ସରାଫ ଓ ତାଙ୍କ ସ୍ତ୍ରୀ ସନ୍ତୋଷୀ ସରାଫ ମଧ୍ୟ ଆହତ ହୋଇଛନ୍ତି । ଉଭୟ ପରିବାର ସୁନା ଅଳଙ୍କାର ତିଆରି କାମ କରନ୍ତି । ଅନ୍ୟ ଏକ ଗାଁରେ ଅଳଙ୍କାର ତିଆରି ଦୋକାନକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ପରସ୍ପରକୁ ଏସିଡ଼ ଫିଙ୍ଗି ଆକ୍ରମଣ କରିଥିଲେ । ପରିବାର ଲୋକ ସେମାନଙ୍କୁ ପ୍ରଥମେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
Views: 81