The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୧୯ ବର୍ଷିୟ ଏହି ଯୁବକ ଜିତିଲେ ‘କେଜିଏଫ ୨’ ନିର୍ଦ୍ଦେଶକଙ୍କ ଭରସା

Facebook
Twitter
LinkedIn

 କେଜିଏଫ-୨ ସିନେମା ଏବେ ଦେଶର ଯୁବବର୍ଗଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ସିନେମା ରିଲିଜ ହେବା ପରେ ହଲରେ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଏହି ସିନେମାର କାହାଣୀ, ଆକ୍ସନ, କଳାକାରଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଛି । ଏହି ସିନେମା ଓପନିଂ ଡେଟରେ ୧୩୪ କୋଟି ଟଙ୍କା ରୋଜଗାର କରି ସମସ୍ତ ରେକର୍ଡ ଭାଙ୍ଗିଛି । ହେଲେ ସିନେମାର ଏହି ସଫଳତା ପଛରେ ରହିଛି ଜଣେ ୧୯ ବର୍ଷିୟ ଯୁବକ । ଯେ କି ନିଜ କାମ ମାଧ୍ୟମରେ ସିନେମାର ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ହୃଦୟ ଜିତି ପାରିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ବରିଷ୍ଠ କଳାକାର ମଧ୍ୟ ରହିଛନ୍ତି । ହେଲେ ଏହି ଟିଭରେ ଜଣେ ୧୯ ବର୍ଷିୟ ଯୁବକ ରହିଛନ୍ତି, ଯାହାଙ୍କୁ କି ସିନେମାର ସଫଳତା ପାଇଁ ନିର୍ଦ୍ଦେଶକ ସମସ୍ତ ଶ୍ରେୟ ଦେଇଛନ୍ତି । ଏହି ଯୁବକ ଜଣଙ୍କ ହେଉଛନ୍ତି ସିନେମାର ଏଡିଟର ଓଜ୍ୱଲ କୁଲକର୍ଣ୍ଣି ।

୧୯ ବର୍ଷିୟ ଏହି ଓଜ୍ୱଲ କୁଲକର୍ଣ୍ଣି ଜଣେ ଏଡିଟର । ସେ ଏହାପୂର୍ବରୁ କିଛି ସର୍ଟ ଫିଲ୍ମର ଏଡିଟିଂ କରିଛନ୍ତି ଏସବୁ ସିନେମା ଦେଖିବା ପରେ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ତାଙ୍କୁ ଏହି ବଡ ବଜେଟ ସିନେମାରେ କାମ କରିବାର ସୁଯୋଗ ଦେଇଥିଲେ । ଓଜ୍ୱଲ ପ୍ରଥମେ ଏହି ସିନେମାର ଟ୍ରେଲର ଏଡିଟିଂ କରି ପ୍ରଶାନ୍ତ ନିଲଙ୍କୁ ଦେଖାଇଥିଲେ । ଏହାପରେ ନିଲ ତାଙ୍କୁ ପୁରା ସିନେମାର ଏଡିଟିଂ ଦାୟିତ୍ୱ ଦେଇଥିଲେ । ଭାରତୀୟ ସିନେମା ଜଗତରେ ପ୍ରଥମଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି କି, କୌଣସି ବଡ ବଜେଟ ସିନେମାର ଏଡିଟିଂ ଜଣେ ସର୍ଟଫିଲ୍ମ ଏଡିଟର ହାତରେ ଦିଆଯାଇଛି । ଏହା ପୂର୍ବରୁ ସିନେମା ହଲରେ ବିଗ୍ ବଜେଟର ସିନେମା ‘ଆରଆରଆର’, ‘ପୁଷ୍ପା ଦ ରାଇଜିଂ’, ‘ରାଧେ ଶ୍ୟାମ’ ରିଲିଜ ହୋଇଥିଲା । ହେଲେ ଏହିସବୁ ସିନେମାରେ ବରିଷ୍ଠ ଏଡିଟରମାନେ କାମ କରିଥିଲେ ବି ‘କେଜିଏଫ-୨’ ସିନେମାର ଏଡିଟିଂ କରି ଓଜ୍ୱଲ ସେମାନଙ୍କୁ ଟକ୍କର ଦେଇଛନ୍ତି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login