The Ultimate Managed Hosting Platform
ADVERTISEMENT

୧୬ଶହ କୋଟି ଟଙ୍କା ଦାନ କଲେ ଯୁବକ, ଲଟେରୀରେ ଜିତିଥି​ଲେ ଟଙ୍କା

Facebook
Twitter
LinkedIn

ଫ୍ରାନ୍ସର ଗାୟ ନାମକ ଜଣେ ଯୁବକ ଲଟେରୀରେ ୨୧.୭ କୋଟି ଡଲାର ବା ୧୬୦୦ କୋଟି ଟଙ୍କା ଜିତିଥିଲେ । କିନ୍ତୁ ଏହି ଟଙ୍କା ସେ ନିଜ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ଦାନ କରିଛନ୍ତି । ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଏକ ଅନୁଷ୍ଠାନକୁ ସେ ସବୁ ଟଙ୍କା ପ୍ରଦାନ କରିଛନ୍ତି । ପୃଥିବୀର ସୁରକ୍ଷା ପାଇଁ ପରିବେଶ ସନ୍ତୁଳନ ବଜାୟ ରଖିବା ନିହାତି ଜରୁରି ଏଣୁ ଏହି ଟଙ୍କା ଠିକ ଜାଗାରେ ବିନିଯୋଗ ହେଉ ଚିନ୍ତା କରି ସେ ଏହି ଟଙ୍କା ଦାନ କରିଥିବା କହିଛନ୍ତି ।

୨୦୨୦ରେ ଗାୟ ଏହି ଲଟେରୀ ଜିତିଥିଲେ । ଫ୍ରାନ୍ସ, ବ୍ରିଟେନ ଭଳି ଅନେକ ୟୁରୋପୀୟ ଦେଶ ଏହି ଜ୍ୟାକପଟ୍‌ରେ ସାମିଲ ଥିଲେ । ପୂର୍ବରୁ ମଧ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପରିବେଶ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଦାନ କରିଛନ୍ତି । ଏଲନ ମସ୍କ ପାଣି ଏବଂ ବାୟୁରୁ କାର୍ବନକୁ ଅଲଗା କରିପାରୁଥିବା ଯନ୍ତ୍ରର ଉଦ୍ଭାବନ ପାଇଁ ୭୫୦ କୋଟି ଟଙ୍କା ଦାନ କରିଛନ୍ତି । ସେହିଭଳି ଜେଫ୍‌ ବେଜୋସ ଗ୍ଲାସଗୋ ସମ୍ମିଳନୀରେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୧୫,୦୦୦ କୋଟି ଦାନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login