ନୂଆଦିଲ୍ଲୀ : ଔଷଧ କଂପାନୀକୁ ଲାଗିଲା ବଡ ଝଟକା । ୧୫୬ ଔଷଧ ଉପରେ ବ୍ୟାନ କଲେ କେନ୍ଦ୍ରସରକାର । ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି ଏସବୁ ଔଷଧ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୧୫୬ଟି ଫିକ୍ସଡ ଡୋଜ କମ୍ବିନେସନ ବା ଏଫଡିସିକୁ ନିଷିଦ୍ଧ କରିଛନ୍ତି। ତନ୍ମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନକିଲର, ଆଣ୍ଟି ଆଲର୍ଜିକ ଡ୍ରଗ୍ସ, ଆନାଲଜେସିକ ଓ ମଲ୍ଟିଭିଟାମିନ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତି ଏହି ଘୋଷଣା କରାଯାଇଛି। ଗେଜେଟ ଅନୁସାରେ ଏହି ଔଷଧଗୁଡିକର ଉତ୍ପାଦନ, ମାର୍କେଟିଂ, ବଣ୍ଟନ ଆଦିକୁ ନିଷିଦ୍ଧ କରାଯାଇଛି। ଜ୍ବର ଓ ଉଚ୍ଚରକ୍ତଚାପ ସମ୍ପର୍କିତ କିଛି ଔଷଧକୁ ମଧ୍ୟ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏକ୍ସପର୍ଟ ଗ୍ରୁପର ସୁପାରିସ ତଥା ଡ୍ରଗ ଟେକନିକାଲ ଆଡଭାଇଜରି ଗ୍ରୁପର ପରାମର୍ଶ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ସରକାର। ଆମିଲେଜ, ପ୍ରୋଟିଏଜ, ଗ୍ଲୁକୋମାଇଲେସ, ପେକ୍ଟିନେଜ, ଆଲଫା ଗାଲାକ୍ଟୋସିଡେଜ, ଲାକ୍ଟେଜ, ବିଟାଗ୍ଲୁକୋନେଜ, ସେଲୁଲେଜ, ଲିପେଜ, ବ୍ରୋମିଲେନ ଆଦି ବିଭିନ୍ନ ଉତ୍ପାଦର ଫିକ୍ସଡ ଡୋଜ କମ୍ବିନେସନକୁ ନିଷିଦ୍ଧ କରିଛନ୍ତି।
୧୫୬ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











