କାମାକ୍ଷାନଗର : ୧୨ ଦଫା ଦାବିରେ ୧୨ ଘଣ୍ଟିଆ ଭୁବନ ବନ୍ଦ । କାମାକ୍ଷାନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ । ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ । ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏ ଏହି ବନ୍ଦ ପାଳନ କରାଯିବା । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମି ମାନେ ବସି ରହି ବନ୍ଦ ପାଳନ କରୁଛନ୍ତି। ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି।
Views: 96











