କରଞ୍ଜିଆ: ୧୨ ଘଣ୍ଟିଆ ଠାକୁରମୁଣ୍ଡା ବନ୍ଦ ପାଳନ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ବନ୍ଦ ପାଳନ । ଠାକୁରମୁଣ୍ଡା ବସ ଷ୍ଟାଣ୍ଡ ଓ ଶୈାଚାଳୟ ନିର୍ମାଣ ଦାବିରେ ବନ୍ଦ । ରାସ୍ତା ଅବରୋଧ ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ । ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ବେଳେ ପ୍ରକଳ୍ପ କାର୍ୟ୍ୟକୁ କରଞ୍ଜିଆ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଠାକୁରମୁଣ୍ଡା ବନ୍ଦ ପାଳନ କରୁଛି ବ୍ଲକ କ୍ରିୟାନୁଷ୍ଠାନ କମିଟି । ବନ୍ଦ ପାଳନ ଯୋଗୁଁ ଉଦଳା-କରଞ୍ଜିଆ ଓ ଆନନ୍ଦପୁର-କରଞ୍ଜିଆକୁ ଗାଡ଼ି ଚଳାଚଳ ବନ୍ଦ ରହଥିବା ବେଳେ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖାଯାଇଛି ।ବନ୍ଦ ପାଳନରୁ ଶିକ୍ଷାନୁଷ୍ଠାନ, ଔଷଧ ଦୋକାନ, ବ୍ୟାଙ୍କ, ତହସିଲ କାର୍ୟ୍ୟାଳୟ ସମେତ ଜରୁରୀ ସେବାକୁ ବାଦ ଦିଆଯାଇଛି । ଉତେଜନା ଆଶଙ୍କାରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଯାନବାହାନ ।
Views: 85











