ଜଳେଶ୍ଵର : ବିଦ୍ୟୁତ୍ ବିଭାଗର ଖାମ ଖିଆଲି ନୀତି ସାଙ୍ଗକୁ ଦାୟିତ୍ବ ହୀନତା ପାଇଁ ଚାରୋଟି ନିରୀହ ଗାଈର ଜୀବନ ଯାଇଛି। ଏଭଳି ଦୁଃଖଦ ଅଭାବନୀୟ ଘଟଣା ଘଟିଛି ଜଳେଶ୍ଵର ଥାନା ନାମ୍ପ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ଦିନ ପ୍ରାୟ ୧୦ଟା ବେଳେ ନାମ୍ପୋ ଜଗନ୍ନାଥ ମନ୍ଦିର ନିକଟସ୍ଥ ବିଲରେ ଚାରୋଟି ଗାଈ ଚରୁଥିବା ବେଳେ ଓହଳି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତୁ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହଁ, ଏହା ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟି ବହୁ ଧନ ଜୀବନ କ୍ଷୟକ୍ଷତି ଘଟିଥିବା ବେଳେ ବିଦ୍ୟୁତ୍ ବିଭାଗର ଚେତା ପଶୁନାହିଁ। ତୁରନ୍ତ ଦୁର୍ବଳ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ତାର ଖୁଣ୍ଟି ଓ ତାରକୁ ପରିବର୍ତ୍ତନ କରିବା ସହିତ କ୍ଷତିଗ୍ରସ୍ତ ମାଲିକଙ୍କୁ ଉଚିତ୍ କ୍ଷତି ପୂରଣ ଦେବାକୁ ସାଧାରଣରେ ଦାବି ହୋଇଥିବା ବେଳେ, ଏହାର ଅବହେଳା ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସ୍ଥାନୀୟ ସି.ପି.ଆଇ ଏମ ନେତା ପଲଟୁ ଦାସ ଏବଂ କଂଗ୍ରେସ ନେତା ଗୋପାଳକୃଷ୍ଣ ଜେନା।
୧୧ କେଭି ବିଦ୍ୟୁତ ତାର ନେଲା ଗାଈର ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...