ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଆତଙ୍କବାଦୀ ମରିଛନ୍ତି । ସର୍ବଦଳୀୟ ବୈଠକରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରେସନ ସିନ୍ଦୂରରେ ପାକିସ୍ତାନରେ ପଶି ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା । ତେବେ ଅପରେସନ୍ ଭିତରେ ଗୁରୁବାର ସର୍ବ ଦଳୀୟ ବୈଠକ ବସିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ସବୁ ତଥ୍ୟ ସାର୍ବଜନୀନ କରିହେବନି ।’ ୨୫ ମିନିଟର ସର୍ଜିକାଲ୍ ଷ୍ଟ୍ରାଇକରେ SCALP ମିସାଇଲ୍ ଏବଂ HAMMER ସ୍ମାର୍ଟ ବୋମା ଭଳି ହତିଆର ବ୍ୟବହାର କରି ପାକିସ୍ତାନ ଏବଂ POKର ୯ ଟି ଆତଙ୍କୀ ସ୍ଥାନକୁ ଧୂଳିସାତ୍ କରିଛି ଭାରତ ।
Views: 53