ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୦ରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ ସାର୍ଟିଫିକେଟ ପାଇଥିଲେ ପାଇବେ ଗ୍ରୀନ ଷ୍ଟିକର । ୧୦ ତାରିଖ ପୂର୍ବରୁ କରିଥିଲେ ଆରଟିଓରୁ ଆଣିପାରିବେ । ୧୦ ତାରିଖ ପରେ କଲେ ପିୟୁସିସି ଟେଷ୍ଟିଂ ସେଣ୍ଟରରେ ମିଳିବ । ସବୁ ଆରଟିଓରେ ଖୋଲାହେବ ସ୍ପେଶାଲ କାଉଣ୍ଟର । ଷ୍ଟିକର ଦେବା ଆଗରୁ ଚେକ ହେବ ପଲ୍ୟୁସନ ସାର୍ଟିଫିକେଟ । ଆରସି ଏବଂ ବାହନ ଡାଟାବେସ ଯାଞ୍ଚ କରାଯିବ । ଅରିଜିନାଲ ପିୟୁସିସି, ଆରସି କପି ଦେଖାଇବାକୁ ପଡିବ । ଗାଡି ମାଲିକ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ହେବ । ଅନ୍ୟ କେହି ଷ୍ଟିକର ଆଣିବାକୁ ଗଲେ ମଲିକଙ୍କ ଅଥରାଇଜ ଲେଟର ଦେଖାଇବାକୁ ପଡିବ ।
Views: 44











