ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଛାତ୍ରୀ ପ୍ରସବ ଘଟଣା । ବିଦ୍ୟାଳୟରେ ପହଁଚି ତଦନ୍ତ ଆରମ୍ଭ କଲେ ଆରଡିସି । ଘଟଣାରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତ ଦିଶାରିଗୁଡ଼ା ଗାଁର ସୁଶାନ୍ତ ଖିଲ୍ । ସୁଶାନ୍ତଙ୍କ ସହ ପୂର୍ବରୁ ପୀଡ଼ିତା ସମ୍ପର୍କରେ ଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଗିରଫ ପରେ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରିଛି ଚିତ୍ରକୋଣ୍ଡା ପୋଲିସ୍ । ସୂଚନା ଅନୁସାରେ ଦଶମ ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । ସୋମବାର ମାଟ୍ରିକ୍ ପରୀକ୍ଷା ଦେବା ପରେ ଛାତ୍ରୀ ଜଣଙ୍କ ଅଚାନକ ଗାଏବ ହୋଇଯାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହ ଛାତ୍ରୀ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ ।
Views: 26