ଭୁବନେଶ୍ୱର : ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତି ହେବେ କହିଲେ ଗଣଶିକ୍ଷା ମନ୍ତ୍ରୀ । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ନୂଆ ସରକାର ଏଯାଏଁ ୧୮ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ପିଅନ ଓ କିରାଣିଙ୍କ ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏହାପରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ, ନିର୍ବାଚନ ସମୟରେ ବିଜେପି ସବୁ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା । ହେଲେ ଏଯାଏଁ ତାହା ହୋଇପାରିଲା ନାହିଁ । ପ୍ରଶାସନ କହୁଛି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇ ନାହାନ୍ତି। ପୁଣି କେଉଁଠି ସ୍କୁଲ୍ ଖୋଲିବାକୁ ଆବେଦନ କରାଯିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ନୂଆ ସରକାର ଏପର୍ୟ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ ସାରିଲେଣି । ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ପିଅନ ଓ କିରାଣୀର ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏହାପରେ ବନ୍ଦ ହୋଇଥିବା ସ୍କୁଲ୍ ସବୁ ଖୋଲିବ ।
“୧୦ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











