ଭୁବନେଶ୍ୱର : ଆଳୁ ଦର ବୃଦ୍ଧି ବଢାଉଛି ଖାଉଟିଙ୍କ ଚିନ୍ତା । ପଶ୍ଚିମବଙ୍ଗରେ ତାତି , ଓଡିଶାକୁ ଆଳୁ ଯୋଗାଣ ବନ୍ଦ । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୬୨ ହଜାର ଛୋଟ ବଡ ଆଳୁ ବ୍ୟବସାୟୀ । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କାରଣରୁ ଚାଷୀ କ୍ଷତି ସହୁଥିବା କହିଛନ୍ତି । ଏପରିକି ଆଳୁ ପଚି ଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ଆଳୁ ଚାଷୀଙ୍କ ପାଇଁ ଓଡ଼ିଶା ସବୁଠୁ ବଡ ବଜାର । ତେଣୁ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ହେବା ଏବେ ପଶ୍ଚିମବଙ୍ଗରେ ଚାଷୀଙ୍କ ନିଦ ହଜାଇ ଦେଇଛି । ଓଡ଼ିଶାରେ ଆଳୁ ଦର କମିବାର ନାଁ ନେଉନାହିଁ । ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ମଧ୍ୟ ଏହା ପର୍ୟ୍ୟାପ୍ତ ହେଉନାହିଁ । ଏବେ ବି ବଜାରରେ ଆଳୁ ଦର ୪୦ ଉପରେ । କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ଚଢାଉ କରୁଛି ।
Views: 67