ବାଲେଶ୍ୱର: ଫଲୋୟର୍ସଙ୍କ କମେଣ୍ଟ୍ କୁ ନେଇ ବିବାଦ । ରୋଷ୍ଟିଙ୍ଗ ଭିଡ଼ିଓରେ ଜଣେ ଫଲୋୟର୍ସଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟ୍ୟୁବର ଜଣକ ମାଡ ମାରିବା ସହିତ ଗୁଳି ଚଳାଇବାକୁ ବି ପଛାଇଲାନି । ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଆଉ ଉଦିତ ନିଜ ସହଯୋଗୀ ମାନଙ୍କୁ ନେଇ ଦୁଇ ଯୁବକଙ୍କ ଉପର କୁ ଗୁଳି ଫୁଟାଇଥିଲା । ତେବେ ଯାହା ସୂଚନା ମିଳିଛି, ଗତ ୨୪ ତାରିଖ ଅର୍ଥାତ୍ ବୁଧବାର ସନ୍ଧ୍ୟା ସମୟରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଲେଇ ନିକଟରେ ଉଭୟଙ୍କ ଭିତରେ ହୋଇଥିବା ବିବାଦର ସମାଧାନ ନେଇ ଏକାଠି ହୋଇଥିଲେ । ହେଲେ ୟୁଟ୍ୟୁବର ଉଦିତ ନାୟକ ଗୋଷ୍ଠୀ ହଠାତ୍ ଆକ୍ରମଣ କରିଥିଲେ। ଯାହା ଦ୍ୱାରା ୨ ଯୁବକ ମନ୍ଦାରପୁରର ପିଙ୍କୁ ଦାସ ଓ ନିଆବାଗର ଅତ୍ମି କୁମାର ଦାସ ଗୁରୁତର ଆହତ ହୋଇଥିଲେ। ଏନେଇ ଖବର ପାଇବା ପରେ ପୋଲିସ୍ ତତ୍ପରତା ଦେଖାଇ ଘଟଣାରେ ସଂପୃକ୍ତ ଗିରଫଙ୍କ ଠାରୁ ୭ଟି ଦାମୀ ମୋବାଇଲ , ଗୋଟିଏ ଖୋକା ସହ ମାଉଜର ଓ ୨ଟି ବାଇକ୍ ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ ବାଲେଶ୍ୱର ଏସ ପି । ଯାହାକୁ କେନ୍ଦ୍ର କରି ଗତକାଲି ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ୍ ୟୁଟ୍ୟୁବର ଅନଟାଲେଣ୍ଟଡ୍ ଗାଏ ୟୁଟ୍ୟୁବ ସାଇଟ୍ର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଉଦିତ ନାୟକ ଓ ତାର ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ।
ତେବେ ଅଭିଯୁକ୍ତ ଉଦିତ ନାୟକ ଅନ୍ ଟାଲେଣ୍ଟେଡ ଗାଏ ନାମକ ୟୁଟ୍ୟୁବ ଚାନେଲ ଖୋଲି ସେଥିରେ ଅଶ୍ଳିଳ ଭାଷାରେ ରୋଷ୍ଟିଂ ଭିଡିଓ ସେୟାର କରି ବିପୁଳ ଅର୍ଥ ଉପାର୍ଜନ କରୁଥିଲା । ସେ ପୂର୍ବରୁ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ରହିଥିବା ପୋଲିସ କହିଛି। ସେହିପରି ଉଦିତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ସହ ଅନ ଟାଲେଣ୍ଟଡ୍ ଗାଏ ୟୁଟୁବ ସାଇଟ୍ କୁ ବନ୍ଦ କରିବାକୁ ପୋଲିସ୍ ୟୁଟ୍ୟୁବକୁ ଚିଠି କରିଛି । ତେବେ ଏହି ଘଟଣାରେ ଅନ୍ୟ ସମସ୍ତ ଅଭିଯୁକ୍ତ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ୱର ଏସ ପି ଶାଗରିକା ନାଥ ସୂଚନା ଦେଇଛନ୍ତି ।
ୟୁଟ୍ୟୁବର ଅନ୍ ଟାଲେଣ୍ଟେଡ ଗାଏ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











