ନ୍ୟୁୟର୍କ : ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ନିକଟରେ ଗୁଳିକାଣ୍ଡ । ରାଷ୍ଟ୍ରପତି ଭବନରୁ କିଛି ବ୍ଲକ ଦୂରରେ ଗୁଳିକାଣ୍ଡ ଘଟିଛି । ୨ ନ୍ୟାସନାଲ ଗାର୍ଡଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା । ହାଇ ଆଲର୍ଟରେ ୱାଶିଂଟନ ଡିସି ପୋଲିସ । ଜଣଙ୍କୁ ଅଟକ ରଖାଯାଇଛି । ସ୍ଥାନୀୟ ସମୟ ୨ଟା ୩୦ରେ ଏହି ଗୁଳିକାଣ୍ଡ ଘଟିଛି । ଦୁଇ ନ୍ୟାସନାଲ ଗାର୍ଡଙ୍କୁ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତାକୁ ସିଲ କରି ବହୁ ସଂଖ୍ୟାରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।କେଉଁ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଛି ତାର ଖୋଲତାଡ଼ ଚାଲିଛି । ଏପଟେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ଯେ କେହିବି ଦୁର୍ବୃତ୍ତ ଆକ୍ରମଣ କରିଛି, ତା ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ହେବ ।
Views: 52











