ରାଞ୍ଚି: ହେମନ୍ତ ସୋରେନଙ୍କୁ ଇଡିର ସମନ । ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଘୋଟାଲା ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କୁ ଇଡି ଅଫିସରେ ମଙ୍ଗଳବାର ଦିନ ହାଜର ହେବାକୁ କୁହାଯାଇଛି । ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କ ବୟାନ ଦାଏର କରିବା ପାଇଁ କୁହାଯାଇଛି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସୋରେନଙ୍କୁ ୬ଷ୍ଠ ଥର ନୋଟିସ ଜାରି କରାଯାଇଛି । କିନ୍ତୁ ସେ ଥରେ ମାତ୍ର ଇଡି ସାମ୍ନାରେ ହାଜର ହୋଇଛନ୍ତି । ଅଗଷ୍ଟରେ ଜାରି ହୋଇଥିବା ସମନକୁ ମୁଖ୍ୟମନ୍ତ୍ରୀ ସୋରେନ ନଜର ଅନ୍ଦାଜ କରିଥିଲେ । ରାଜ୍ୟ ସ୍ୱତସ୍ତ୍ରତା ଦିବସ ସମାରୋହରେ ବ୍ୟସ୍ତତା ଥିବା ଯୋଗୁଁ ତାଙ୍କୁ ୨୪ ଅଗଷ୍ଟ ଏବଂ ୯ ସେପ୍ଟେମ୍ବରରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ ବ୍ୟସ୍ତତା ଥିବା କହି ଇଡି ସାମ୍ନାରେ ହାଜର ହୋଇନଥିଲେ ।
Views: 78











