ନୂଆଦିଲ୍ଲୀ : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ହେମନ୍ତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । ପ୍ରଥମେ ଇଡିକୁ ୫ ଦିନିଆ ରିମାଣ୍ଡ ମିଳିଥିବା ବେଳେ ପୁଣି ୫ ଦିନିଆ ରିମାଣ୍ଡ ଅବଧୀକୁ ଅନୁମତି ଦେଇଛନ୍ତି କୋର୍ଟ । ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ବୁଧବାର ଦିନ ଇଡି ହେମନ୍ତ ସୋରେନଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିଥିଲେ । କୋର୍ଟିରେ ଇଡି ଆଉ ୭ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ।
Views: 71