ନୂଆଦିଲ୍ଲୀ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ଟିମ୍ । ହମେନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ଟିମ୍ । ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଙ୍ଗିର ପଚରାଉଚରା । ସୂଚନା ମୁତାବକ, ଏହି ମାମଲାରେ ତାଙ୍କୁ ଗିରଫ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ବାସଭବନର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ରାତିରେ ହେମନ୍ତ ସୋରେନ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିବା ପରେ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଇଡି ଟିମ୍ ସେଠାରେ ପହଞ୍ଚିଛି । ସୂଚନା ମୁତାବକ, ଜମି ଦୁର୍ନୀତି ମାମଲାରେ ଇଡି ଟିମ୍ ହେମନ୍ତ ସୋରେନଙ୍କୁ ଏପର୍ୟ୍ୟନ୍ତ ୧୦ ଥର ସମନ ପଠାଇଥିଲେ ମଧ୍ୟ ସୋରେନ ପଚରାଉଚରା ପାଇଁ ହାଜର ହୋଇନାହାନ୍ତି। ସେପଟେ ତାଙ୍କ ଦିଲ୍ଲୀ ଯିବାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ଏହି ମାମଲାରେ ହେମନ୍ତ ସୋରେନଙ୍କ ଉପରେ ମଧ୍ୟ ଗିରଫଦାରୀର ବିପଦ ଘନଉଛି ।
Views: 98











