କରଞ୍ଜିଆ : ହେଟା ବାଘ ଆକ୍ରମଣରେ ୧୫ ଆହତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଓ ତୁଳସୀପୋଷି ଗାଁରେ ହେଟାବାଘ ଆତଙ୍କ ଖେଳାଇଛି । ମଙ୍ଗଳବାର ସକାଳୁ ସକାଳୁ ଆଉ ଦୁଇ ଜଣଙ୍କୁ ଆକ୍ରମଣ କରିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ହେଟା ବାଘ ଆକ୍ରମଣରେ ଜଣେ ଯୁବକ ଓ ଜଣେ ମହିଳା ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗାଁରେ ମାଇକ୍ ଯୋଗେ ସଚେତନ କରିବା ସହ ରକ୍ଷକ ଗାଡି ଦ୍ୱାରା ବନ ବିଭାଗର ପାଟ୍ରୋଲିଂ ଜାରି ରଖିଛି ।
Views: 144











