ଭୁବନେଶ୍ୱର : ସୋସିଆଲ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷ ନିଶାନା କଲେ ଶ୍ରୀମୟୀ । ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଲବର ବହ୍ନି । ହାରିଲ ତ ନିର୍ବାଚନ ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କଣ ସେହି ମାନଙ୍କୁ ମିଳିବ ଆରିସା , ଯେଉଁମାନେ ଜପିବେ ତାମିଲ ଚାଳିଶା । ନୂଆପଡା ଭୋଟ ସରିବା ଯାଏଁ ସୁରକ୍ଷିତ ଥିଲା ପଳାସପଲ୍ଲୀ ଘର । ଆମେରିକା ଗସ୍ତରେ ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର । ଭଣ୍ଡଙ୍କ ପାଇଁ କଲେଣି ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ।
ଏହିଭଳି କଟୁ କଥା କହି ସୋସିଆଲ ମିଡିଆରେ ପୁଣି ବିଜେଡିକୁ କଟାକ୍ଷ କରିଛନ୍ତି । ଅନ୍ୟପଟେ ନୂଆପଡା ଉପନିର୍ବାଚନର ଫଳାଫଳ ପରେ ବିଜେଡି ନାରୀ ନେତ୍ରୀ ଏଲିନା ଦାଶ ମଧ୍ୟ ସୋସିଆଲ ମିଡିଆରେ ବିଜେଡି କର୍ମୀଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି । ଅରୁଣ ସାହୁ, ବବି ଦାସ କିଛି ଭିଡିଓକୁ ପୋଷ୍ଟ କରି ଦଳକୁ ଆକ୍ଷେପ କରିଛନ୍ତି ।
Views: 80











