The Ultimate Managed Hosting Platform
ADVERTISEMENT

ହୁ ହୁ ହୋଇ ବଢୁଛି ଆଳୁ ଦର , ପଶ୍ଚିମବଙ୍ଗରୁ ଆସୁନି ଆଳୁ । ୟୁପିରୁ ଆଣିବାକୁ ଯୋଜନା

Facebook
Twitter
LinkedIn

ଭୁବନେଶ୍ୱର : ପରିବା ମଧ୍ୟରେ ରାଜା ହେଉଛି ଆଳୁ । କିନ୍ତୁ ଆଳଉ ଦର ବୃଦ୍ଧି ଏବେ ରୋଷେଇ ଘର ପାଇଁ ଚିନ୍ତାର କାରଣ ସାଜିଛି । ବିଭିନ୍ନ ତରକାରୀ କିମ୍ବା ଅନ୍ୟାନ୍ୟ ବ୍ୟଞ୍ଜନରେ ଆଳୁ ପଡିଥାଏ । କିନ୍ତୁ ଦର ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳିନାହିଁ । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛନ୍ତି ପୋଲିସ। କୌଣସି ଟ୍ରକକୁ ଓଡ଼ିଶା ସୀମାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୪୫ରୁ ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି । ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login