ସମ୍ବଲୁପର : ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ । ହୀରାକୁଦରେ ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା । ସକାଳ ୬ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଗଣନା , ୩୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ୩୩ ଜଣ ପକ୍ଷୀ ବିଶଷେଜ୍ଞଙ୍କ ସହ ମୋଟ ୭୮ ଜଣ ଟିମରେ ସାମିଲ ହୋଇଛନ୍ତି । ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା ଚାଲିଛି। ହୀରାକୁଦ ଡ୍ୟାମ ନିକଟରୁ ଛତିଶଗଡ ସୀମାନ୍ତ ପର୍ୟ୍ୟନ୍ତ ଗଣନା କରାଯିବ। ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି।ତେବେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବବର୍ଷ ତୁଳନାରେ ଅଧିକ ଥିବା ଜଣାପଡ଼ିଛି।
Views: 80