ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଲଗାତାର ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ହୋଇଥିବା ବନ୍ୟା ଏବଂ ଭୂସ୍ଖଳନରେ ଏପର୍ୟ୍ୟନ୍ତ ୩୭ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ଜଣ ନିଖୋଜ ଅଛନ୍ତି । ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଲଗାତାର ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି ଏବଂ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଭାରତ ପାଣିପାଗ ବିଭାଗ ଜୁଲାଇ ୭ ପର୍ୟ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦେଇ ଅନେକ ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି । ଆଇଏମଡି ୫ ଜୁଲାଇରେ ସିମଲା, ସୋଲାନ ଏବଂ ସିରମୌର ପାଇଁ ଏବଂ ୬ ଜୁଲାଇରେ ଉନା, ବିଳାସପୁର, ହମିରପୁର, କାଙ୍ଗଡ଼ା, ଚମ୍ବା ଏବଂ ମଣ୍ଡି ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି ।
Views: 33