ନୂଆଦିଲ୍ଲୀ : ସିକିମ୍ ହିମସ୍ଖଳନ ଘଟି ୭ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ । ଗାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ରାସ୍ତାରେ ହିସ୍ଖଳନ । ହିମସ୍ଖଳନ ଯୋଗୁଁ ୮୦ ରୁ ଅଧିକ ପର୍ଯ୍ୟଟକ ଫଶି ରହିଥିବା ସୂଚନା । ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି ।ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବାବେଳେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଝଡ଼ ପରେ ଆହତମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ଗ୍ୟାଙ୍ଗଟୋକ୍ରୁ ସୋମଗୋ ହ୍ରଦ ଏବଂ ନାଥୁଲା ବର୍ଡରୁ ଯୋଡ଼ୁଥିବା ଜବାହାରଲାଲ୍ ନେହରୁ ମାର୍ଗରେ ଏହି ହିମସ୍ଖଳନ ହୋଇଥିଲା ।
Views: 71